We will fetch book names as per the search key...
About the Author :
ପାର୍ବଣ ପରିତ୍ରାଣର ଋତୁ । ଯାହାର ଆଗମନରେ ଧରା ହୁଏ ପବିତ୍ର, ପ୍ରକୃତି ହୁଏ ସ୍ୱଚ୍ଛ, ହୃଦୟ ହୁଏ ଭକ୍ତିରେ ଉଦ୍ଭାସିତ । ମା'ଙ୍କ ଆଗମନି ବାର୍ତ୍ତା ନେଇ ନଈ ହୁଏ ପୂର୍ଣ୍ଣଗର୍ଭା, ପବନର ତାଳେ ତାଳ ଦେଇ କାଶତଣ୍ଡୀ ହୁଏ ନୃତ୍ୟରତା, ସସାଗରା ଧରଣୀ ହୁଏ ଜ୍ୟୋତ୍ସ୍ନା ପ୍ଲାବିତା । ଗାଁଠୁ ସହର ହୋଇଉଠେ ଉତ୍ସବମୁଖର, ଯେବେ ମା' ଜଗତଜନନୀ ମଣ୍ଡପରେ ହୁଅନ୍ତି ବିରାଜିତା ।
ଏହି ସଂକଳନରେ ସଂକଳିତ କବିତା ସମୂହ ‘ପାର୍ବଣ – କବିତା’ ଲେଖା ଆହ୍ଵାନ ମାଧ୍ୟମରେ ପ୍ରାପ୍ତ । ସମୁଦାୟ ୩୦ ଗୋଟି କବିତାକୁ ନେଇ ଏଇ ସଂକଳନର ପରିକଳ୍ପନା । ଆଶା ପାଠକପାଠିକାମାନେ ଏହାର ରସାସ୍ଵାଦନ କରିବେ ।
- ସମ୍ପାଦକ