We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹20 | |
| Amazon | Price not available | |
| Flipkart | Price not available |
ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ରୟମୂଳେ ଗୌରୀ ନାରାୟଣୀ ନମୋସ୍ତୁତେ ।
ଗାଁ ଠୁ ସହର ସବୁ ଯେମିତି ଚଳଚଞ୍ଚଳ ହୋଇଉଠେ , ନଈ ସେ ପଟ ଘାସ ପଡ଼ିଆରେ କାଶତଣ୍ଡୀ ମୁଣ୍ଡଟାକୁ ତଳକୁ କରି ଶୀତଳ ପବନ ଆଉ ମହୁମାଛିର ତାନରେ ତାନ ତୋଳି କାହାର ସ୍ଵାଗତ ସଙ୍ଗୀତ ଗାନରେ ମାତିରୁହେ ପୁଣି ସକାଳ ସଞ୍ଜରେ ଗାଁ ମଣ୍ଡପରୁ ଭାସି ଆସୁଥିବା ଭେରୀ ,ତୂରୀ ଆଉ ଶିଙ୍ଗ ମାଦଳ ବଜା ସାଥିରେ ଘଣ୍ଟ ଘଣ୍ଟାର ଶବ୍ଦ ଶୁଣି ସ୍ଵତଃ ହୃଦୟରେ ଗୋଟେ ସ୍ଫୁର୍ତ୍ତିର ସ୍ଵର ଉଠେ । ଆଉ ସେ କୁହେ ଶରତ ଆସିଛି । ମାନେ ମା’ ଆସିଛନ୍ତି ପାପୀକୁ ତାରିବାକୁ,ସନ୍ଥକୁ ପାଳିବାକୁ ,ଏ ଧରାର ଶୀରି ବଢେଇବାକୁ ଏକ ଭିନ୍ନ ରୂପରେ । ସେଇଥି ପାଇଁ ତ କବି ଗାଇ ଉଠେ –
“ଏ ତ ପାର୍ବଣ ଆସିଛି
ଦୁଃଖୀ ମନରେ ହସ ଭରିବାକୁ ,
ଖୁସି ମନରେ ଖୁସି ବାଣ୍ଟିବାକୁ ,
ସମସ୍ତଙ୍କୁ ଗୋଟିଏ ଡୋରୀରେ ବାନ୍ଧିବାକୁ
ଏ ତ ପାର୍ବଣ ଆସିଛି ।
ଏହି ସଂକଳନରେ ସ୍ଥାନିତ ଗଳ୍ପ ଓ କବିତା ଷ୍ଟୋରିମିରର ଦ୍ଵାରା ଘୋଷଣା କରାଯାଇଥିବା ପାର୍ବଣ ବିଶେଷଙ୍କରେ ଲବ୍ଧ । ଯଉଥିରେ ଭରିରହିଛି ପାର୍ବଣର ଗଳ୍ପ ଓ କବିତାର ମଧୁର ମୂର୍ଚ୍ଛନା ।
ଷ୍ଟୋରିମିରର୍ ଓଡ଼ିଆ ଟିମ୍