Quotes

Audio

Read

Books


Write

Sign In

We will fetch book names as per the search key...

ପାଳି (Pali)

By ଅରବିନ୍ଦ ରଥଙ୍କର


GENRE

Abstract

PAGES

98

ISBN

978-93-88698-42-9

PUBLISHER

StoryMirror

PAPERBACK ₹130
Rs. 130
Best Price Comparison
Seller Price
StoryMirror Best price ₹130
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART








About Book:

ପାଳି ଗଳ୍ପ ସଂକଳନ ପୁସ୍ତକରେ ସନ୍ନିବେଷିତ ପ୍ରତ୍ୟକ ଗଳ୍ପ ପାଠକକୁ ଗଭୀର ଭାବରେ ପ୍ରଭାବିତ କରିବ । ନିତିଦିନିଆ ଜୀବନରେ ଆଖି ସାମ୍ନାରେ ଘଟି ଯାଉଥିବା ଅନେକ ଅତି ସାଧାରଣ ଘଟଣାବଳୀକୁ ପୃଷ୍ଠଭୂମି କରି ଗଳ୍ପ ଗୁଡିକ ରଚିତ ହୋଇଛି। ସବୁଠାରୁ ବଡ କଥା ହେଲା ପ୍ରତିଟି ଗଳ୍ପ ସ୍ବତନ୍ତ୍ର ଓ ମୌଳିକ । ତେଣୁ ଗଳ୍ପ ପାଠ କରିବା ସମୟରେ ପାଠକ ନୂତନତ୍ୱର ସ୍ୱାଦ ଆସ୍ଵାଦନ କରି ବିମୋହିତ ହେବେ ଏଥିରେ ସନ୍ଦେହ ନାହିଁ। ଓଡିଆ ଭାଷା ଓ ସଂସ୍କୃତିର ଗାରିମା ବହନ କରୁଥିବା ‘ ପାଳି ‘ ଗଳ୍ପ ସଂକଳନ ସାହିତ୍ୟ ଜଗତରେ ଏକ ନୂତନ ସକାଳକୁ ଜନ୍ମ ଦେବ ବୋଲି ଲେଖକଙ୍କର ଦୃଢ ଆଶା ଓ ବିଶ୍ବାସ ।


About Author:  

ପିତା ସ୍ବର୍ଗତଃ ଡାକ୍ତର ପ୍ରମୋଦ କୁମାର ରଥ ଓ ମାତା ସ୍ଵର୍ଣ୍ଣପ୍ରଭାଙ୍କର ଓୌରସରୁ ଲେଖକ ଅରବିନ୍ଦ ରଥଙ୍କର ଜନ୍ମ ୧୧ / ୭ / ୧୯୮୧ ମସିହାରେ ଅନୁଗୋଳରେ ହୋଇଥିଲା । ହୀରାକୁଦ ଉଚ୍ଚ ବିଦ୍ୟାଳୟରୁ ୧୯୯୫ ମସିହାରେ ମାଟ୍ରିକ ଓ ଅନୁଗୋଳ ସରକାରୀ ମହାବିଦ୍ୟାଳୟରୁ ୧୯୯୭ ମସିହାରେ ବିଜ୍ଞାନରେ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଲେଖକ ବାଣୀବିହାର ଆଇନ ମହାବିଦ୍ୟାଳୟରୁ ୨୦୦୩ ମସିହାରେ ପାଞ୍ଚବର୍ଷୀୟ ଆଇନ ପାଠ୍ୟକ୍ରମ ସମାପ୍ତ କରିଥିଲେ । ଏତଦ୍ ବ୍ୟତୀତ ସେ ଆଇନରେ ସ୍ନାତକ ଶିକ୍ଷା ମଧ୍ୟ ସମାପ୍ତ କରିଛନ୍ତି । ୨୦୦୫ ମସିହାରୁ ସେ ଓଡିଶା ବିଚାର ବିଭାଗୀୟ ସେବାରେ ଯୋଗଦାନ କରି ଅଧୁନା ବରିଷ୍ଠ ଦେୱାନୀ ବିଚାରପତି ପାହ୍ୟାରେ ରାଜ୍ୟ ଖାଉଟି ବିବାଦ ପ୍ରତିତୋଷ କମିଶନ, କଟକରେ ସଚିବ ରୂପରେ କାର୍ଯ୍ୟରତ । ଚାକିରି ଜୀବନର ବ୍ୟସ୍ତତା ମଧ୍ୟରେ ରହି ମଧ୍ୟ ସେ ସାହିତ୍ୟ ସର୍ଜନାରେ ବ୍ୟାପୃତ ରହି ଅନେକ କ୍ଷୁଦ୍ରଗଳ୍ପ ଓ କବିତାମାନ ରଚନା କରିଛନ୍ତି। ତନ୍ମଧ୍ୟରୁ କିଛି ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ଲେଖକଙ୍କର ଅଧିକାଂଶ ଗଳ୍ପ ଓ କବିତା ଷ୍ଟୋରିମିରର ଓ୍ବେବ୍ ସାଇଟ୍ ରେ ପ୍ରକାଶିତ ହୋଇ ପାଠକ ମାନଙ୍କ ମଧ୍ଯରେ ବେଶ୍ ଆଦୃତି ଲାଭ କରିଛି। ଗଳ୍ପଗୁଡିକରେ ମାନବିକ ମୂଲ୍ୟବୋଧର ଅବକ୍ଷୟ, ଦୁଃଖ ଓ ନିରାଶାର ବିଭିନ୍ନ ଲୁକ୍କାୟିତ ସ୍ବରୂପ ଓ ଜୀବନ ଯୁଦ୍ଧରେ ଅହରହ ପେଶୀ ହୋଇଯାଉଥିବା ଚରିତ୍ର ମାନଙ୍କର ସଂଗ୍ରାମ କାହାଣୀକୁ ଲେଖକ ଅତି ନିଖୁଣ ରୂପରେ ଫୁଟାଇବାରେ ସକ୍ଷମ ହୋଇଛନ୍ତି। ଏତଦ୍ ବ୍ୟତୀତ ବ୍ୟଙ୍ଗଗଳ୍ପ ରଚନାରେ ଲେଖକଙ୍କର ଲେଖନୀ ଚାତୁର୍ଯ୍ୟ ଦେଖିବାକୁ ମିଳେ। ଲେଖକଙ୍କର ଅନେକ କ୍ଷୁଦ୍ରଗଳ୍ପ ମଧ୍ୟରୁ ପାଠକୀୟ ଆଦୃତି ଲାଭ କରିଥିବା କିଛି ଗଳ୍ପକୁ ଷ୍ଟୋରିମିରର ଓ୍ବେବ୍ ସାଇଟ୍ ଏକ ପୁସ୍ତକ ରୂପରେ ପ୍ରକାଶିତ କରୁଛନ୍ତି। ଆଶା ଓ ବିଶ୍ୱାସ ଯେ, ପାଠକମାନେ ଗଳ୍ପ ଗୁଡିକରେ କିଛି ନୂତନତ୍ୱ ଅନୂଭବ କରି ତୃପ୍ତ ହେବେ।















You may also like

Ratings & Reviews

Be the first to add a review!
Select rating
 Added to cart