Quotes

Audio

Read

Books


Write

Sign In

We will fetch book names as per the search key...

Nirbachita Upanyasa Sangraha (ନିର୍ବାଚିତ ଉପନ୍ୟାସ ସଂଗ୍ରହ)

By Mr. Bibhuti Pattanaik


GENRE

Romance

PAGES

407

ISBN

9789386305565

PUBLISHER

StoryMirror

PAPERBACK ₹350
Rs. 350
ADD TO CART






ବିଭୂତି ବିମୁଗ୍ଧ ଉପନ୍ୟାସ ପାଠକମାନଙ୍କ ଚାହିଦାକୁ ଆଖି ଆଗରେ ରଖି ଷ୍ଟୋରୀମିରର୍ ଇନଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ତାଙ୍କର ନିର୍ବାଚିତ ପଚିଶ ଖଣ୍ଡ ଉପନ୍ୟାସକୁ ଦଶ ଭାଗରେ ପ୍ରକାଶ କରିବା ପାଇଁ ଲେଖକଙ୍କ ସହ ଚୁକ୍ତିବଦ୍ଧ ହୋଇଛୁ l ଏହି ନିର୍ବାଚିତ ଉପନ୍ୟାସ ସଂଗ୍ରହର ମୁଦ୍ରିତ ଏବଂ ଇ-ବୁକ୍ ସଂସ୍କରଣ ଆଗ୍ରହୀ ପାଠକମାନଙ୍କ ପାଇଁ ଉପଲବ୍ଧ ହେବ l ବିଭୂତି ପଟ୍ଟନାୟକଙ୍କ ନିର୍ବାଚିତ ଉପନ୍ୟାସ ସଂଗ୍ରହର ପ୍ରଥମ ଭାଗରେ ସ୍ଥାନିତ ହୋଇଛି ପାଠକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଉପନ୍ୟାସ ତ୍ରୟୀ – “ସମୟର ଶୋକ”, “ନଷ୍ଟ ଚରିତ୍ର”, ଏବଂ “ଅଶ୍ରୁମୁଖୀ”l ପରବର୍ତ୍ତୀ ଭାଗଗୁଡିକ ସ୍ୱଳ୍ପ ବ୍ୟବଧାନରେ ତିନି ଚାରି ବର୍ଷ ମଧ୍ୟରେ ପ୍ରକାଶ କରିପାରିବୁ ବୋଲି ଆଶା କରୁଛୁ l


ଗତ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଡକ୍ଟର ବିଭୂତି ପଟ୍ଟନାୟକ “ଚପଳଛନ୍ଦା”, “ବଧୂ ନିରୂପମା”, “ମାୟା ମୃଗୟା”, “ଅଶ୍ୱମେଧର ଘୋଡା” ଓ “ଆକାଶକୁସୁମ” ଭଳି ଅର୍ଦ୍ଧଶତାଧିକ ଉପନ୍ୟାସ, “ଯେ ଦରଜା ଖୋଲିଲା ସେ ଗାୟତ୍ରୀ”, “ମହିଷାସୁରର ମୁହଁ” ପରି ପନ୍ଦରଟି କ୍ଷୁଦ୍ରଗଳ୍ପ ସଂକଳନ, “ଓଡିଆ ଉପନ୍ୟାସର ସମାଜତାତ୍ତ୍ୱିକ ରୂପରେଖ”, “ବିଶ୍ୱ ସାହିତ୍ୟର ବିଶ୍ୱକର୍ମା”, ଏବଂ “ଭାରତ ବିଭାଜନ” ପ୍ରଭୃତି ଦଶରୁ ଉର୍ଦ୍ଧ୍ୱ ସମାଲୋଚନା, ଇତିହାସ ଓ ଜୀବନ କାହାଣୀ ରଚନା କରି ଆଧୁନିକ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି l “ଓଡିଆ ସାହିତ୍ୟ ଏକାଡେମୀ”, “କେନ୍ଦ୍ର ସାହିତ୍ୟ ଏକାଡେମୀ”, “ବିଷୁବ”, “ସାରଳା”, “ସାହିତ୍ୟ ଭାରତୀ” ଏବଂ ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ “ଅତିବଡୀ ଜଗନ୍ନାଥ ଦାସ” ପୁରସ୍କାରରେ ସମ୍ବର୍ଦ୍ଧିତ l













You may also like

Ratings & Reviews

Be the first to add a review!
Select rating
 Added to cart