We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹150 | |
| Amazon | Price not available | |
| Flipkart | Price not available |
‘ମହାପାତ୍ରବାବୁଙ୍କ ହାଲ୍ ଚାଲ୍’ ପୁସ୍ତକରେ ସ୍ଥାନିତ ହୋଇଥିବା ସମସ୍ତ କାହାଣୀ ଜୀବନର କଟୁ ବାସ୍ତବିକତାକୁ ହାସ୍ୟରସାତ୍ମକ ଶୈଳୀରେ ବର୍ଣ୍ଣନା କରାଯାଇଅଛି, ଯାହା ପାଠକଙ୍କୁ ଆମୋଦିତ କରିବା ସାଥେ ସାଥେ ଭାବିବାକୁ ବାଧ୍ୟ କରିଦେବ । ଜୀବନର ସମସ୍ୟା ମଣିଷକୁ ଅହରହ ବ୍ୟଥିତ କରି ବସୁଥିବା ବେଳେ, ସେଥିରୁ ନିଷ୍କୃତି ପାଇବାର ଅସଫଳ ଉଦ୍ୟମ ତାକୁ କେବେ କେବେ ଏପରି ସ୍ଥିତିରେ ନେଇ ପହଞ୍ଚେଇ ଦିଏ, ଯାହାର କଳ୍ପନା ସେ କେବେ ବି କରିନଥାଏ । ସେମିତି କିଛିଟା ଘଟଣାବଳୀକୁ ନେଇ ଏହି କାହାଣୀ ସବୁ ବିଭିନ୍ନ ସମୟରେ ଲେଖା ଯାଇଛି । ଯଦିଓ ଏସବୁ କାହାଣୀ ବ୍ୟଙ୍ଗର ସାହାଯ୍ୟ ନେଇ ପରିପୁଷ୍ଟ, ତେବେ ଏହା କାହାକୁ ଇଙ୍ଗୀତ କରି ଲେଖା ଯାଇନାହିଁ । ଏସବୁ ସଂପୂର୍ଣ୍ଣ କାଳ୍ପନିକ ।
ସାଧାରଣ ଘର ଗୃହସ୍ଥୀ ଭିତରେ ପତିପତ୍ନୀଙ୍କର ନିତିଦିନିଆ ଚାଲୁଥିବା ଛୋଟ ବଡ ଝଡ ବତାସ, ଆଶା ଆକାଂକ୍ଷା, ଅବସୋସ, ସ୍ନପ୍ନଭଙ୍ଗ ପରେ ବି ସବୁକିଛିକୁ ପୁଣି ଥରେ ସଜାଡି ନେବାର ପ୍ରୟାସ ହି ମଣିଷକୁ ଜିଆଇଁ ରଖିଥାଏ ଆଉ ବାଧ୍ୟ କରିଥାଏ ଆଜିକୁ ଭୁଲି କାଲି ପାଇଁ ବଞ୍ଚି ରହିବାକୁ । ସେ ଦେଖୁଥିବା ସବୁ ସ୍ୱପ୍ନ କେବେ ନା କେବେ ନିଶ୍ଚୟ ପୂରା ହେଇ ପାରିବାର ଆଶା ହି ଶେଷ ସମୟ ପର୍ଯ୍ୟନ୍ତ ତା’ ମନରେ ବଞ୍ଚି ରହିବାର ଉତ୍ସାହକୁ ବଳବତ୍ତର କରି ରଖିଥାଏ ବୋଲି ସମସ୍ତ ନକାରାତ୍ମକ ପରିସ୍ଥିତିକୁ ପାର୍ କରିବାର ଶକ୍ତି ନିଜ ଭିତରେ ସେ ପାଇ ପାରିଥାଏ ।
ସେହି ସବୁ ବାଧା ଆଉ ତା’ର ଭିନ୍ନ ପରିଣତିକୁ ଦୃଷ୍ଟିରେ ଦେଖି, ଏହି କାହାଣୀ ସବୁ ରଚନା କରାଯାଇଛି, ଯାହା ପାଠକଙ୍କୁ ନିଶ୍ଚୟ ପସନ୍ଦ ଆସିବ ବୋଲି ମୋର ଦୃଢ ବିଶ୍ୱାସ ରହିଛି ।
- କମଳା ଶତପଥୀ