We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹5 | |
| Amazon | Price not available | |
| Flipkart | Price not available |
କବି ମନର କଥା ତାର କବିତାରେ ରୂପ ପାଇଥାଏ । ସେ ପ୍ରେମର କଥା ହେଉ ବା ପ୍ରବଞ୍ଚନାର କଥା ହେଉ, ଯେ ପର୍ଯ୍ୟନ୍ତ ସେ ତାକୁ କବିତାରେ ପ୍ରକାଶ ନକରିଛି ସେ ପର୍ଯ୍ୟନ୍ତ ତାର ମନ ଅସ୍ଥିର ଥାଏ । କେତେବେଳେ ଭାଗ୍ୟ ତାର ପ୍ରେମିକା ସାଜି ପ୍ରତାରିତ କରେ ତ କେତେବେଳେ "କବିତା"କୁ ନିଜର ପ୍ରେମିକା ଭାବି ସେ ସ୍ୱଗତୋକ୍ତି କରିଥାଏ । କେତେବେଳେ ପ୍ରେମର ପରିଭାଷା ଖୋଜୁ ଖୋଜୁ ପରମାତ୍ମାଙ୍କ ଶ୍ରୀଚରଣରେ ନିଜକୁ ସମର୍ପି ଦେଇଥାଏ। ବିରହ ନଥିଲେ ପ୍ରେମର ଆନନ୍ଦ ଅନୁଭବ କରିହୁଏ ନାହିଁ। ନିଜ ଜୀବନର ଅନୁଭୂତିରୁ ହେଉ ବା ନିଜ ପ୍ରିୟ ବ୍ୟକ୍ତିଙ୍କର ଜୀବନରେ ବିତିଥିବା ବିରହ ଯନ୍ତ୍ରଣା କବି ମନରେ ଗଭୀର ରେଖାପାତ କରିଥାଏ । ଏହିପରି କେତେକ ପୃଷ୍ଠଭୁମିକୁ ଆଧାର କରି ରଚିତ କୋତୋଟି କବିତା ମୋର ଏହି ସଂକଳନ "ଖୋଲି କହିଦେଲି କଥା ମନର" ରେ ସ୍ଥାନ ପାଇଛି । ଆଶାକରେ ଏହା ପାଠକ ଓ ପାଠିକା ମାନଙ୍କର ଆଦୃତି ଲାଭ କରିବ । ନମସ୍କାର ।