Quotes New

Audio

Forum

Read

Books


Write

Sign In

We will fetch book names as per the search key...

Read the E-book in StoryMirror App. Click here to download : Android / iOS

କହିବାର ଥିଲା ଯାହା- କାହାଣୀ ଓ କବିତା (Kahibar Thila Jaha - Kahani o Kabita)

★★★★★
AUTHOR :
ଷ୍ଟୋରିମିରର୍ ଟିମ୍ (StoryMirror Team)
PUBLISHER :
StoryMirror Infotech Pvt. Ltd.
ISBN :
ebook
PAGES :
66
E-BOOK
₹0

About the Book :


ଜୀବନ ନଈରେ ସମୟର ସୁଅରେ ମଣିଷ ଭାସିଚାଲେ ଠିକ୍ ଏକ ଶୁଷ୍କ ତୃଣ ପରି । ନିୟତିର ନିର୍ଦ୍ଦେଶରେ ମଣିଷ ନିର୍ବିକାର ଭାବେ ପ୍ରତିଟି ସମୟରେ ହୁଏ ନିର୍ଯ୍ୟାତିତ, କର୍ତ୍ତବ୍ୟର ଦାୟରେ ନିଜକୁ ସାଲିସ କରି ସେ ବଞ୍ଚେ ଗୋଟେ ଅଭିଶପ୍ତ ଜୀବନ । ସେସବୁକୁ ଆଡ଼େଇ ଦେଇ ସେ ଆଗକୁ ବଢିଯାଇ ପାରେନା, ସେସବୁ ତା' ପଥରୋଧ କରନ୍ତି । ଯୁଗ ଯୁଗର ଯନ୍ତ୍ରଣାକୁ କାନ୍ଧରେ କାନ୍ଧେଇ ସେ ସମସ୍ତଙ୍କ ସହ ତାଳ ଦେଇ ଆଗକୁ ଚାଲେ, ତାକୁ ପଛକୁ ଫେରି ଚାହିଁବା ମନା, କାହା ମୁହଁରେ କଥା କହିବା ମନା । ତା' ଅନ୍ତର ହୁଏ ଅନ୍ତଃସତ୍ତା ଅନେକ ଅକୁହା କଥାରେ, ଅନେକ ଅବ୍ୟକ୍ତ ଯନ୍ତ୍ରଣାରେ । ସେ କିଛି କହିବାକୁ ଚାହେଁ କିନ୍ତୁ ସେ କହିପାରେନି ! ସମୟ-ସମାଜ-କର୍ତ୍ତବ୍ୟମାନଙ୍କର ମିଶ୍ରିତ ଜଳଭଉଁରି ତାକୁ ଟାଣି ନିଏ । ସେ ହୁଏ ଅଣନିଃଶ୍ବାସୀ । ତା' କଥା ଅକୁହା ରହିଯାଏ, ଅଶୁଣା ରହିଯାଏ । ତା'ର କହିବାର ଥିଲା ଯାହା ସେ କହିପାରେନି ।


ସେଇ କଥା ସବୁକୁ ପ୍ରକାଶ୍ୟ କରିବା ପାଇଁ ଏଥର ଆମେ ନେଇ ଆସିଥୁରୁ #କିଛି ଅକୁହା ନାମକ ଏ ଲେଖନ ପ୍ରତିଯୋଗିତା, ଯେଉଁଠି ହୃଦୟର ସେହି ଅକୁହା କଥାକୁ କବିତା ଓ ଗଳ୍ପ ରୂପରେ ଅନେକ ସ୍ରଷ୍ଟା ପରିପ୍ରକାଶ କରାଇଛନ୍ତି । ସେହି ସବୁ ମଧ୍ୟରୁ ଶ୍ରେଷ୍ଠ ୨୦ଟି କାହାଣୀ ଓ କବିତାରେ ଏହି ସଂକଳନ ସମୃଦ୍ଧ । ଆଶା ପାଠକପାଠିକାମାନେ ଏହାର ରସାସ୍ଵାଦନ କରିବେ ।


- ସମ୍ପାଦକ 



ADD TO CART
 Added to cart