Quotes

Audio

Read

Books


Write

Sign In

We will fetch book names as per the search key...

ଏକୋଇଶି କାହାଣୀ (Ekoishi Kahani)

By Prasanta Kumar Hota (ପ୍ରଶାନ୍ତ କୁମାର ହୋତା)


GENRE

Abstract

PAGES

162

ISBN

9789391116972

PUBLISHER

StoryMirror

PAPERBACK ₹200
Rs. 200
ADD TO CART




About Book:

‘ଏକୋଇଶି କାହାଣୀ’ ଗଳ୍ପ ସଂକଳନ ବହିଟି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତାଙ୍କ ଦ୍ୱାରା ରଚିତ ୨୧ଟି ଚମତ୍କାର ଗଳ୍ପର ଏକ ସମାହାର । ଏହି ସଂକଲନରେ ସ୍ଥାନିତ ଗଳ୍ପ ସବୁରେ ଲେଖକ ବିଭିନ୍ନ ଦୃଷ୍ଟିକୋଣରୁ ବିଷୟ ବସ୍ତୁକୁ ସାଉଁଟି ବୋଧଗମ୍ୟ ହେଲା ଭଳି ନିଜସ୍ୱ ଚିନ୍ତାଧାରାର ଉପସ୍ଥାପନ କରିଛନ୍ତି । ସଂକଳନଟିରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନସିକ, ସାମାଜିକ ଓ ପରିବେଶ ସମ୍ବନ୍ଧୀୟ, ମଧୁର ପ୍ରେମ କାହାଣୀ, ବିଭିନ୍ନ ଅନୁଭୂତି, ଦେଶପ୍ରେମ ଓ ଉପଦେଶମୂଳକ ଗଳ୍ପ ସହ ଭ୍ରମଣ, ଐତିହାସିକ ଓ ସଚେତନତା ସୃଷ୍ଟି କଲା ଭଳି ବିଭିନ୍ନ ଗଳ୍ପ ଗୁଡ଼ିକ ସଂପର୍କରେ ଯେଉଁ ଗଭୀର ଅନୁଶୀଳନର ବାର୍ତ୍ତା ପ୍ରଦାନ କରିଛନ୍ତି ଏହା ଜନମାନସକୁ ଅବଶ୍ୟ ଆଦୃତ କରିବ ।

ପ୍ରତ୍ୟେକ ଗଳ୍ପର ଏକ ଭିନ୍ନ ସ୍ୱାଦ ରହିଛି । ସମସାମୟିକ ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ମନକୁ ସ୍ପର୍ଶ କରୁଥିବା ଭାଷା ଓ ଶୈଳୀରେ ଲେଖାଯାଇଥିବା ଏହି ‘ଏକୋଇଶି କାହାଣୀ’ ଗଳ୍ପ ସଂକଳନ ପୁସ୍ତକଟି ପାଠକପାଠିକାମାନଙ୍କ ଦ୍ୱାରା ଆଦୃତ ହେଲେ ଶ୍ରମ ସାର୍ଥକ ହେବ । ତା’ ସହ ପରବର୍ତ୍ତୀ ପୁସ୍ତକ ରଚନା ପାଇଁ ପ୍ରେରଣା ମଧ୍ୟ ମିଳିବ ଏବଂ ସମାଜକୁ ସଚେତନତାର ବାର୍ତ୍ତା ଦେଇ ଜନାଦୃତ ହୋଇପାରିବ ବୋଲି ଗାଳ୍ପିକ ଦୃଢ଼ ବିଶ୍ୱାସ ପ୍ରକଟ କରନ୍ତି ।


About the Author: 

ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା ଏକାଧାରରେ ଜଣେ କବି ଓ ଗାଳ୍ପିକ । ବୃତ୍ତିରେ ସେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଭାବେ କାର୍ଯ୍ୟରତ । କିନ୍ତୁ ତାଙ୍କ ନିଶା ହେଉଛି ସାହିତ୍ୟ ସାଧନା । ଦୀର୍ଘ ଦିନଧରି ସେ ଗଳ୍ପ ଓ କବିତା ଲିଖନରେ ବ୍ରତୀ ରହି ନିଜର ଚମତ୍କାର ଓ ଅଭିନବ ସୃଜନ ଦକ୍ଷତା ଦ୍ବାରା ପାଠକମହଲରେ ଅଦରର ପତ୍ର ହୋଇପାରିଛନ୍ତି । ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଅଦୃତି ଲାଭ କରିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଗଳ୍ପ ସଂକଳନ ଗାଳ୍ପିକ ଶ୍ରୀଯୁକ୍ତ ହୋତାଙ୍କର ପ୍ରଥମ ପ୍ରକାଶିତ ସାରସ୍ଵତ ଅର୍ଘ୍ୟ ।










You may also like

Ratings & Reviews

Be the first to add a review!
Select rating
 Added to cart