Quotes

Audio

Read

Books


Write

Sign In

We will fetch book names as per the search key...

ଭିନ୍ନ ମଣିଷ (Bhinna Manish)

By ସାନୁଜା ମେଘମାଳା (Sanuja Meghamala)


GENRE

Abstract

PAGES

98

ISBN

978-93-91116-90-3

PUBLISHER

StoryMirror

PAPERBACK ₹150
Rs. 150
ADD TO CART


About Book:

‘ଭିନ୍ନ ମଣିଷ’ ଗଳ୍ପ ସଙ୍କଳନରେ ସ୍ଥାନିତ ଗପଗୁଡିକ ମାଧ୍ୟମରେ ଆମେ ପ୍ରତିଦିନ ଭେଟୁଥିବା ଅନେକ ଚରିତ୍ର ଓ ଘଟଣାକୁ ଉପସ୍ଥାପନ କରାଯାଇଛି । କିଛି ସତ ଏବଂ କିଛି କଳ୍ପନାର ଫେଣ୍ଟା ଫେଣ୍ଟି ଭାବ ରହିଛି ଗଳ୍ପ ଗୁଡ଼ିକରେ । ଗଳ୍ପ ଗୁଡ଼ିକର ଭାଷା ମଧ୍ୟ ଅତି ସାଧାରଣ । ଯେକେହି ମଧ୍ୟ ଏହି ଗଳ୍ପ ଗୁଡିକୁ ପଢିଲେ ଗାଳ୍ପିକାଙ୍କର ମାନସିକ ବିଚାରବୋଧକୁ ସହଜରେ ବୁଝିପାରିବେ । ଆମର ବିଶ୍ବାସ ଉକ୍ତ ଗଳ୍ପ ସଂକଳନଟି ପାଠକୀୟ ଶ୍ରଦ୍ଧାଭାଜନ ହୋଇପାରିବ ।


About the Author:

ଶ୍ରୀମତୀ ସାନୁଜା ମେଘମାଳାଙ୍କ ଜନ୍ମ ୧୯୬୮ ମସିହା ମେ' ମାସ ୧ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ, ଅଳାଭର ପଞ୍ଚାୟତର ଜହିନାବାଦ ଗ୍ରାମରେ । ସେ ସାଧାରଣ ଗୃହିଣୀଟିଏ । ପରିବାରର ଦାୟିତ୍ୱ ତୁଲାଇବା ସହିତ ନିଜସ୍ୱ ଆଗ୍ରହ ଯୋଗୁଁ ସମାଜ ସେବା ସହିତ ଜଡ଼ିତ । ଓଡ଼ିଆ ଗଳ୍ପ, କବିତା ଓ ଉପନ୍ୟାସ ପଢିବା ହେଉଛି ତାଙ୍କ ରୁଚି । ବର୍ତ୍ତମାନ ସେ ଭୁବନେଶ୍ୱରରେ ଅବସ୍ଥାପିତ । ସାହିତ୍ୟ ସହ ତାଙ୍କ ପ୍ରଥମ ସମ୍ପର୍କ ହୋଇଥିଲା ସପ୍ତମ ଶ୍ରେଣୀରେ 'ଟମକକାଙ୍କ କୁଟୀର' ବହିଟିକୁ ପଢି । ଗାଳ୍ପିକାଙ୍କ ବାପାଙ୍କ ସାହିତ୍ୟ ପ୍ରତି ରୁଚି ଯୋଗୁଁ ଘରକୁ ଗୁଡ଼ିଏ ବହି ଆସୁଥିଲା । ସେତେବେଳେ ତାଙ୍କ ବାପା ମଧ୍ୟ କିଛି ପତ୍ରିକା ପାଇଁ ଲେଖାଲେଖି କରୁଥିଲେ । ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ ତାଙ୍କ ସ୍କୁଲ୍ ର ବାର୍ଷିକ ପତ୍ରିକାରେ ପ୍ରଥମେ ଲେଖା ପ୍ରକାଶିତ ହୋଇଥିବା ସେ ସ୍ଵୀକାର କରନ୍ତି । ଗାଳ୍ପିକାଙ୍କ ଲେଖା କେବଳ ସ୍କୁଲ୍, କଲେଜର ବାର୍ଷିକ ପତ୍ରିକା ଭିତରେ ହିଁ ସୀମିତ ଥିଲା । ତେବେ ଷ୍ଟୋରୀମିରର୍ ତାଙ୍କୁ ଲେଖିବାର ସୁଯୋଗ ଆଣି ଦେଇଥିବାରୁ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରନ୍ତି । ସୂଚନାଯୋଗ୍ୟ ଯେ, ଏହା ଗାଳ୍ପିକାଙ୍କ ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ । 






You may also like

Ratings & Reviews

Be the first to add a review!
Select rating
 Added to cart