Quotes

Audio

Read

Books


Write

Sign In

We will fetch book names as per the search key...

ବର୍ଷା (Barsha)

By ବିଜୟ ପୃଷ୍ଟି


GENRE

Abstract

PAGES

62

ISBN

9789387269804

PUBLISHER

StoryMirror

PAPERBACK ₹120
Rs. 120
Best Price Comparison
Seller Price
StoryMirror Best price ₹120
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

ଅଭିଧାନର କ୍ଳୀଷ୍ଟ, ଦୁର୍ବୋଧ୍ୟ ଶବ୍ଦ ନୁହେଁ, ଅତି ସରଳ କଥିତ ଶବ୍ଦକୁ ନେଇ ଯେ ସୁନ୍ଦର କବିତା ଲେଖା ଯାଇପାରେ ଡାକ୍ତର ବିଜୟ କୁମାର ପୃଷ୍ଟିଙ୍କ କବିତା ସବୁ ପଢିଲେ ଯେ କେହି ଏ କଥାର ସତ୍ୟତାକୁ ଅନୁଭବ କରି ପାରିବ | ସ୍କୁଲରେ ପାଠ ପଢିବା ସମୟରୁ କବିତା ଲେଖି ଆସୁଥିବା କବିଙ୍କ ସମ୍ପାଦନାରେ "ପଲ୍ଲୀ ନିର୍ଝର" ନାମରେ ଏକ ସାହିତ୍ୟ ପତ୍ରିକା କାକଟପୁରରୁ ୧୯୭୪ରେ ପ୍ରକାଶିତ ହୋଇ ଆସୁଥିଲା | କବିଙ୍କର ପ୍ରଥମ କବିତା ସଂକଳନ "ନିଷିଦ୍ଧ ଉପତ୍ୟକା" ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା | ବିଭିନ୍ନ ସମୟରେ ବିଭିନ୍ନ ପତ୍ର ପତ୍ରିକା ତଥା ଖବର କାଗଜରେ କବିଙ୍କର କବିତା ଓ ଅଣୁଗଳ୍ପ ପ୍ରକାଶିତ ହୋଇ ଆସୁଛି | ଫେସବୁକରେ "ବେସୁରା ଗୀତି" ସିରିଜରେ କବିଙ୍କର ପ୍ରାୟ ୧୪୬୪ଟି କବିତା ପ୍ରକାଶିତ ହୋଇ ପାଠକ ମାନଙ୍କ ଦ୍ୱାରା ଆଦୃତ ହୋଇଛି | "ବର୍ଷା" କବିତା ସମୁହ କବିଙ୍କର ବର୍ଷା ପ୍ରତି ଥିବା ଦୁର୍ବଳତାର ନିଖୁଣ ଚିତ୍ର ବହନ କରେ | 


ସାଧାରଣ ଆଖିରେ ବର୍ଷା ଏକ ପ୍ରାକୃତିକ ପ୍ରକ୍ରିୟା, ହେଲେ କବିର ଆଖିରେ ବର୍ଷା କେତେବେଳେ ଗୋଟିଏ ଅମାନିଆଁ ଅଝଟ ଝିଅ ପାଲଟି ଯାଏ ତ କେତେବେଳେ ଆକାଶ ଆଖିର ଲୁହ ହୋଇ ଝରୁଥାଏ | ମୋ ଆଖିରେ କିନ୍ତୁ ବର୍ଷା ଧରା ପଡିଯାଇଥିଲା ଏକ ଅମାନିଆଁ ଅଭିମାନିନୀ ପ୍ରିୟତ୍ତମା ରୂପରେ | ମୁଁ ତା ସହ ହସୁଥିଲି, ଗପୁଥିଲି, ସୁଖ, ଦୁଃଖ, ମାନ, ଅଭିମାନ ବାଣ୍ଟୁଥିଲି | କେତେବେଳେ ସେ ମୋ ଆଖିରେ ଲୁହ ଦେଉଥିଲା ତ କେତେବେଳେ ମୋ ଆଖିରୁ ଲୁହ ନେଇ ନିଜେ ଝରି ଯାଉଥିଲା | ସେ ଆସିଲାବେଳେ ତାକୁ ଶ୍ରାବଣ ସହିତ ସ୍ୱାଗତ କରିଥିଲି ତ ଭାଦ୍ରବରେ ବିଦାୟ ଦେଇ ପୁଣି ଶ୍ରାବଣକୁ ସାଥିରେ ଫେରିବାକୁ ନିମନ୍ତ୍ରଣ ଦେଇଥିଲି | ବର୍ଷା କବିତା ଗୁଛର ପ୍ରତିଟି କବିତା ଏହି ଭାବାବେଗ କୁ ନେଇ ଗତିଶୀଳ | ଆଶାକରେ ପାଠକ ମାନଙ୍କ ଦ୍ୱାରା ଏହି ସଂକଳନଟି ଆଦୃତ ହେବ | - ବିଜୟ ପୃଷ୍ଟି 




You may also like

Ratings & Reviews

Be the first to add a review!
Select rating
 Added to cart