Quotes

Audio

Read

Books


Write

Sign In

We will fetch book names as per the search key...

ବଣମଲ୍ଲୀର ପ୍ରଥମ କଲି (Banamallira Prathama Kalli)

By ଅରୁଣ କୁମାର ମିତ୍ର


GENRE

Abstract

PAGES

83

ISBN

9789387269767

PUBLISHER

StoryMirror

PAPERBACK ₹120
Rs. 120
Best Price Comparison
Seller Price
StoryMirror Best price ₹120
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

କାବ୍ୟ ନଦୀର ନୀରେ

        ଥରକେ ମାତ୍ର ସ୍ନାନ କରି ଦେଖ 

କେମିତି ତୃପ୍ତି ମିଳେ 

       ଏଇ ନଦୀ ଆମ ସମାଜର ଦର୍ପଣ 

ବନ୍ଧୁ ମୋହର କର ହେ ଅବଗାହନ ।।


ସତରେ କାବ୍ୟ ପ୍ରେମୀ ନିଅନ୍ତି କବିତାର ମଜା । ବିଶେଷତଃ ବର୍ତ୍ତମାନ ଓଡିଆ ସାହିତ୍ୟରେ ଯେ ଜୁଆର ଆସିଛି ତାହା ସହଜରେ ଅନୁମେୟ । ପତ୍ରପତ୍ରିକା ସାମାଜିକ ଗଣମାଧ୍ୟମରେ ନିତ୍ୟ ନୂତନ କବିତା ପୀଢି ମୋତେ ବହୁତ ଆନନ୍ଦ ଦିଏ। ମୁଁ ଗଲା ଚାରି ପାଞ୍ଚ ବରଷ ହେଲା ଓଡିଆ କବିତା ଲେଖିବା ଆରମ୍ଭ କରିଛି । ଯେଉଁ ଦିନ ଶୁଣିଲି ଓଡିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରାପ୍ତ କରିଛି ସେ ଦିନ ଠାରୁ ପ୍ରଗାଢ ଶ୍ରଦ୍ଧା ସହିତ କବିତା ରଚନା କରେ ଏବଂ ନିଜକୁ କବିତା ଜଗତରେ ସମର୍ପଣ କରିବାର ଏକ ଅଦମ୍ୟ ଅଭିଳାଷ ମୋ ହୃଦୟେ ଯେମିତି ସଦା ସର୍ବଦା ବିରାଜ କରେ । 

   ମୋର ଏଇ ପୁସ୍ତକ “ ବଣମଲ୍ଲୀର ପ୍ରଥମ କଲି “ରେ ମୁଁ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିବାର ପ୍ରୟାସ କରିଛି । ଦେଶାତ୍ମବୋଧକ ,ପରିବେଶ ସୁରକ୍ଷା ,ଆଧ୍ୟାତ୍ମିକ, ସାମାଜିକ ନ୍ୟାୟ ,ପ୍ରକୃତିର ରୂପ ,ଜଳବାୟୁ ,ଋତୁ ,ଇତ୍ୟାଦି ବିଭିନ୍ନ ବିଷୟ ନେଇ କବିତା ସଜାଡି ପ୍ରିୟ ପାଠକଙ୍କ ଦରବାରେ ମୁଁ ହାଜର । ଶବ୍ଦ ଓ ପଦକୁ ଅଳଙ୍କାର ସହଯୋଗେ ଛନ୍ଦ ଶ୍ରୁତିଶ୍ରାବ କରିବାର ଅଦମ୍ୟ ପ୍ରୟାସ କରିଛି । ବିଚାରକ ପାଠକ ମଣ୍ଡଳୀ ,ସମସ୍ତଙ୍କୁ ଭଲ ଲାଗିଲେ ମୋର ପରିଶ୍ରମ ସାର୍ଥକ ହେବ । ଆଉ ଗୋଟେ କଥା - ଯେହେତୁ ସାଙ୍ଗ ପିଲା ମାଧ୍ୟମରେ ଚାଳିଶି ବର୍ଷ ବୟସରେ କର୍ମ ସ୍ଥଳରେ ଓଡିଆ ଶିଖିଥିବାରୁ ,ଯଦି କୌଣସି ଭୁଲ ତ୍ରୁଟି ପରିଲକ୍ଷିତ ହୁଏ, ପାଠକ ବୃନ୍ଦ କ୍ଷମା ଦେବେ । 

   ମୋ କବିତାରେ ବଙ୍ଗଳାଶ୍ରୀ ରାଗର ପରଶ ହୁଏ ତ ଦୃଶ୍ୟ ହେବ । ଆଶା କରେ ସଭିଙ୍କ ହୃଦୟ ପରଶ କରିବାରେ ମୋର ଏଇ ସାରସ୍ଵତ ସାଧନାକୁ ଆପଣମାନେ ଶୁଭକାମନା ଜଣାଇବେ । 

    ମୋ ଏଇ ପୁସ୍ତକ ଉତ୍କଳ ଜନନୀର ପାଦପଦ୍ମେ ଉତ୍ସର୍ଗ କଲି । ବିଶ୍ଵ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ଚରଣରେ କୋଟି ପ୍ରଣାମ । 

                      - ଅରୁଣ କୁମାର ମିତ୍ର




You may also like

Ratings & Reviews

Be the first to add a review!
Select rating
 Added to cart