Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା ସ୍ଵାଧୀନତା ଦିବସ ବିଶେଷାଙ୍କ ୨୦୧୭ (eMagazine)

★★★★★
After purchase of e-magazines, you can read them in your profile page.
Author | Storymirror team Publisher | StoryMirror Infotech Pvt. Ltd. ISBN | E-MAGAZINE Pages | 35
E-MAGAZINE
₹0

ସ୍ୱାଧୀନତାର ରଂଗ  କ'ଣ ?

ଝର୍କା ପଛରୁ ସୁନେଲି ସୂର୍ଯ୍ୟ ମୋ ଉପରୁ ଧୀରେ ଧୀରେ ଟାଣି ନେଲା ଗୋଲାପି ସ୍ୱପ୍ନର ଚାଦର l ଅଳସ ଛାଡିଲି l ଚାରିଆଡେ କୋମଳ ସକାଳର ପ୍ରତିଧ୍ୱନି ! କେଉଁଠି ଘାସଫୁଲଟିଏ ମୁଣ୍ଡଟେକି କିଛି ଦେଖିବାକୁ ଚେଷ୍ଟା କରୁଛି ତ କେଉଁଟି ସତେ ଯେପରି  ଠିଆ ହୋଇ ପବନରେ ଦୋଳି ଖେଳୁଛି l ଉତ୍ଫୁଲ୍ଲିତ ପ୍ରଜାପତିଟାଏ  ଉଡିଆସି ତାକୁ ଆଉ ଟିକିଏ  ହଲେଇ ଦେଇ ଯାଉଛି l ଧୂସର ମାଟିର ବୈରାଗ୍ୟମୟ ଶରୀରରେ ସବୁଜ ଉଦ୍ଦୀପନାର ବାସଟିଏ, ତା ଉପରେ ବର୍ଷାବିନ୍ଦୁରେ ଇନ୍ଦ୍ରଧନୁର ଆଭାଯୁକ୍ତ କାରୁକାର୍ଯ୍ୟ ! ସମୁଦ୍ରର ନୂପୁର ନିକ୍ୱଣ ତ ରଜତ ଜଳଧାରାର ଆଭୂଷଣ ଉପରେ ସ୍ୱର୍ଣିମ ଛଟା ! ମଝିରେ ମଝିରେ ଦୂର ପାହାଡର ରହସ୍ୟମୟ  ନୀଳିମା ! ଏ ସମୟରେ ଚଢେଇମାନେ ଢୋଲ ପିଟି ପିଟି କଣ ସବୁ ଯେ କହି ଯାଆନ୍ତି ! ନୀଳ ଆକାଶର ବଡ ବଡ ଆଖି ମେଲେଇ ସତେ କି ବିଶ୍ୱ ଦେଖିଚାଲିଛି ପୃଥିବୀର ରଂଗ !

ଧାଡି ଧାଡି ପିମ୍ପୁଡିର ସହଳ ସହଳ ଛନ୍ଦରେ ଗତିଶୀଳ ଏ ପୃଥିବୀ l ଛନ୍ଦରେ ବିଶେଷ ବ୍ୟତିକ୍ରମ ନାହିଁ l ଚଳଚଂଚଳ ଜୀବନରେ ଏଠି କିନ୍ତୁ ବ୍ୟତିକ୍ରମ ହିଁ ବ୍ୟତିକ୍ରମ ! ଆଡେଇବାକୁ ହୁଏ ସହଜ ସରଳ ମନର ଶ୍ୱେତ ପରଦାକୁ l ତେବେ ତ ଦେଖିହେବ ରଂଗ ଓ ରୂପର କୃତ୍ରିମ ମିଶ୍ରଣ ! ଚତୁର୍ଦ୍ଦିଗ ଧୂମାଳ ! ବାଡି ବୁଲାଇ ଚାଲୁ ଚାଲୁ  ମଧ୍ଧ୍ୟାହ୍ନ ବିତିଯାଏ;  ହାତରେ ରହିଲା କଣ ?!

ଆକାଶରେ ଅରୁଣିମା ! ଏ' କି ଲଜ୍ଜ୍ୟାବତୀ ନାରୀର ରକ୍ତିମ ଗଣ୍ଡିମା ? ନା, ନା, ଏ' ତ ଶ୍ରାନ୍ତ, କ୍ଲାନ୍ତ ଓ କ୍ଷତାକ୍ତ ଜୀବନର ପ୍ରତିବିମ୍ବ ! ଏ ପରିବର୍ତ୍ତିତ ସମୟର ରଂଗରେ ଜଣାପଡେନି ସୂର୍ଯ୍ୟର ପୌରୁଷ କ୍ରୋଧିତ ବା ଲଜ୍ଜିତ ! ସନ୍ଧ୍ୟା ଆସିଲେ ସେ ଲୁଚିଯାଏ ଏକ ଅସହାୟତାର ଗ୍ଲାନିରେ କି ପ୍ରତିଶୋଧର ଜ୍ଜ୍ୱାଳା ନେଇ ଏକ ପ୍ରସ୍ତୁତି 

ସହ !  ବୁଡି ଯାଉ ଯାଉ ଏଠି ଛାଡିଯାଏ ମୟୁରପୁଚ୍ଛିଆ ସାନ୍ଧ୍ରତା ! ସେଇ ସାନ୍ଧ୍ରତାରେ ପ୍ରୌଢତା ଖୋଜିବୁଲେ ଆଶା ଓ ନିରାଶାର ପୁ଼ଞ୍ଜି !   

ରାତ୍ରିରେ କାଳିମାମୟ ତୁଳୀ ନେଇ ପୋଛିବାକୁ ହୁଏ ଆଶା ଓ ପ୍ରେମର 

ରଂଗ ! ବିଶ୍ରାମରେ ବି ଧକ୍ ଧକ୍ ତାରାର କମ୍ପନ ! ବିଚ୍ଛୁରିତ ଚନ୍ଦ୍ରମାର ତାଳେ ତାଳେ ବିକ୍ଷିପ୍ତ ଏ ମନ ! ଆଉ, ଜୀବନର ଅନ୍ତିମ କ୍ଷଣରେ ଛାଡିଯାଏ, ବିଶ୍ୱସତ୍ତାର ଅନ୍ତରାଳରେ ଥିବା ଶକ୍ତି !

ଓଃ ! ଏମିତି ଏ ଜୀବନ ପରାଧିନ !?

ସ୍ୱାଧୀନତାର ସ୍ୱାଦ କାହିଁ !? 

ତ୍ୟାଗ ଓ ସଂଘର୍ଷର ଅନ୍ତିମ ପର୍ଯ୍ୟାୟରେ ବି ବୁଝିହେଲାନି ତା' ରଂଗ !

ସମୟ ଓ ସୃଷ୍ଟିର ସାବଲୀଳତାରେ ଅଛି ସ୍ୱାଧୀନତାର ପୁଲକ, ଆଧ୍ୟାତ୍ମିକତାରେ ଅଛି ସ୍ୱାଧୀନତାର ଅଦୃଷ୍ଟ ରଂଗ....

ହେ, ଜୀବନ ! ଏବେ କିନ୍ତୁ ଛାଡିବାକୁ ହେବ କୃତ୍ରିମତା !

ବାହାରେ ନୁହେଁ, ତପସ୍ୟାର ସୁଷୁମ୍ନା ଖୁଣ୍ଟିରେ ସମସ୍ତ ଦୈବୀଗୁଣର ପତାକା  ଉତ୍ତୋଳନର ବେଳ ଏଇ...... 

ସସ୍ମିତା ଦାସ



Be the first to add review and rating.


 Added to cart