We will fetch book names as per the search key...
ଜୀବନ ମାନେ ଯନ୍ତ୍ରଣା ଅଛି । ଯନ୍ତ୍ରଣାର ଅନେକ ସ୍ୱର । କିନ୍ତୁ ସବୁ ଯନ୍ତ୍ରଣା, ଇର୍ଷା, ଅହମିକାରୁ ଉର୍ଦ୍ଧ୍ୱରେ ହେଉଛି ଶୈଶବ । ଯାହା ସବୁବେଳେ ସୁନ୍ଦର ଓ ଶାଶ୍ୱତ । ଶୈଶବ କେବେ ନେବା ଜାଣେନା । ସିଏ କେବଳ ଦେଇ ଜାଣେ । ତା ପାଖରେ ନା ଥାଏ ଛନ୍ଦ ନା ଥାଏ କପଟ । ମଣିଷକୁ ସେ ଦେଇପାରେ ଏକ ସୁନ୍ଦର ସ୍ମୃତି ଯାହାକୁ ନେଇ ବଞ୍ଚି ହୋଇଯାଏ ଅନେକ ମୁହୂର୍ତ୍ତ । ଆମେ ଜାଣିଛେ କୌଣସିଟା ସ୍ଥାୟୀ ନୁହେଁ ଏ ସଂସାରରେ । ଏପରିକି ଶୈଶବ ବି ନୁହେଁ । ତେବେ ଯେଉଁ ସୁନ୍ଦର ମୁହୂର୍ତ୍ତ ପାଇଁ ଆମେ ଝୁରି ହେଉଛେ, ସେହି ମୁହୂର୍ତ୍ତ ସବୁକୁ ଆମେ ହାତ ମୁଠାରେ ବାନ୍ଧି ରଖିବାର ବିଫଳ ପ୍ରୟାସ କରିବା ବଦଳରେ ଆମେ ଯଦି ଶିଶୁଟିଏ ଭଳି ହୋଇଯାଆନ୍ତେ, ଅର୍ଥାତ୍ ଆମ ଭିତରେ ହିଂସା, ଦ୍ୱେଷ ତଥା ଅହଂକାରକୁ ସ୍ଥାନ ନ ଦିଅନ୍ତେ, ତେବେ କେତେ ଭଲ ହୁଅନ୍ତା । ସତରେ କଣ ଏହା ସମ୍ଭବ ?