Quotes

Audio

Read

Books


Write

Sign In

We will fetch book names as per the search key...

ଆକାଂକ୍ଷା ଦୀପାବଳୀ ବିଶେଷାଙ୍କ ୨୦୧୭ (eMagazine)

By Storymirror team


GENRE

Abstract

PAGES

30

ISBN

E-MAGAZINE

PUBLISHER

StoryMirror

E-MAGAZINE ₹0
Rs. 0
Best Price Comparison
Seller Price
StoryMirror Best price
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

ଦୀପାବଳୀ ନାଁଟା ଶୁଣିଲେ କେମିତି ଉତ୍ସବ ମୁଖର ସମସ୍ତେ ହୋଇପଡନ୍ତି । ସାଧାରଣତଃ ଦିପାବଳୀକୁ ଆଲୋକର ପର୍ବ ବୋଲି କୁହାଯାଏ । କୁହାଯାଏ ଏହି ଦିନ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସିତାଙ୍କ ସହିତ ୧୪ବର୍ଷ ବନବାସ କାଟିବାପରେ ଆଯୋଧ୍ୟାକୁ ଫେରିଥିଲେ । ଆଯୋଧ୍ୟାବାସୀ ତାଙ୍କୁ ଦୀପ ପ୍ରଜ୍ଵଳିତ କରି ସ୍ଵାଗତ କରିଥିଲେ । ଇଏ ତ ଥିଲା ପୌରାଣିକ କଥା। ଆମ ପୂର୍ବ ପୁରୁଷ ମାନେ ସେତେବେଳେ ଦୀପ ଜଳେଇ , ବଡବଡୁଆ ଡାକି ତାଙ୍କ ପୂର୍ବ ପୁରୁଷଙ୍କୁ ସ୍ମରଣ କରୁଥିଲେ । ବହୁତ ଶାନ୍ତି ଶୃଙ୍ଖଳାରେ ପାଳନ କରୁଥିଲେ ଏ ପର୍ବଟିକୁ ।

    ବର୍ତ୍ତମାନ ଦଶହରା ପରେ ସବୁ ଗାଁ,ଗଳିରେ, ବିଲ୍ଡିଙ୍ଗରେ, ଦୋକାନ ବଜାର ସବୁଠି ଖାଲି ଭଳିକି ଭଳିକି ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜା ହୋଇଛି । ସବୁଆଡେ ପ୍ଳାଷ୍ଟିକ୍ ଫୁଲ, ଲାଇଟ ଆଉ ହଁ ଦୀପ ମଧ୍ୟ । ଯେମିତି ଏ ଦେଶକୁ ପ୍ଳାଷ୍ଟିକ୍ ନାମକ ଗ୍ରହଣ ଲାଗିଗଲାଣି । ଖାଲି ମାଟିର ଦୀପ ବ୍ୟବହାର କରିବାକୁ ଲୋକଙ୍କୁ ପସନ୍ଦ ଆସୁନି । ଲିଚୁ ଲାଇଟ ବ୍ୟବହାର ବଢିବାରେ ଲାଗିଛି । ବଜାରରେ ସବୁ ବର୍ଗର ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଦୀପ ,ବାଣ ଲିଚୁ ଲାଇଟ୍ ମିଳୁଛି । ବାଣ କଥାରୁ ମନେପଡିଲା ଦୀପାବଳୀ ପୂର୍ବରୁ ବିଭିନ୍ନ ଖବର କାଗଜରେ ପଢିଥିବେ କେଉଁଠି ବାଣ କାରଖାନାରେ ନିଆଁ ଲାଗିଲାଣି କେତେ ଶ୍ରମିକ ମୃତ୍ୟୁ ମୁଖରେ ପଡିଲେଣି । ଆଉ ପର୍ବ ପରେ କାହା ଘରେ ତ କାହା ଦେହରେ ନିଆଁ ଲାଗିକି କିଏ ଆହତ ତ କିଏ ମୃତ । ଭାବେ ବେଳେ ବେଳେ ମଣିଷ ପରା ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଏ ଜଗତରେ । ଏତେ ବୁଦ୍ଧି ଥାଇ ନିଜେ ଏତେ ବିପଦରେ କେମିତି ପଡୁଛି । ଦୀପାବଳୀ ମାନେ କ’ଣ ଖାଲି ବାଣ ଫୁଟେଇବା ? ବାଣ ଫୁଟାଇବା ଦ୍ଵାରା ଧ୍ୱନି ପ୍ରଦୂଷଣ, ବାୟୁମଣ୍ଡଳ କେତେ ପରିମାଣରେ ଦୂଷିତ ହେବାରେ ଲାଗିଲାଣି ତାହା ଲୋକମାନେ ଜାଣିକି ମଧ୍ୟ ନିଜେ ଭୁଲ କରିବାରେ ଲାଗିଛନ୍ତି । ଲୋକମାନେ ଭାବୁନାହାନ୍ତି ଆମେ ଯାହା ଶିଖେଇବା ଆମର ଆଗାମୀ କାଲିର ପୀଢି ସେଇଆ ଅନୁକରଣ କରିବେ । ଆମେ ଜାଣତରେ ହାଉ କି ଅଜାଣତରେ ପୃଥିବୀ ଧ୍ଵଂସର କାରଣ ହେବାରେ ସାହାଯ୍ୟ କରୁଛେ । ଏହି ସବୁ ସମସ୍ୟାକୁ ଏଡାଇଲେ ଗୋଟେ ସୁନ୍ଦର ସମାଜ ଗଢିପାରିବା ଓ ଦୀପାବଳୀ ଭଳି ସୁନ୍ଦର ପର୍ବଟିକୁ ହର୍ଷଉଲ୍ଲାସରେ ପାଳନ କରିବାରିବା । ଆସନ୍ତୁ ନା ଏବର୍ଷ ଦୀପାବଳୀରେ ନିଜେ ସୁରକ୍ଷିତ ରହିବା ତା ସହିତ ନିଜ ପରିବେଶକୁ ବି ସୁରକ୍ଷିତ ରଖିବା ।

(ଅନୁଜା ମହାନ୍ତି)

You may also like

Ratings & Reviews

Be the first to add a review!
Select rating
 Added to cart