We will fetch book names as per the search key...
| Seller | Price | |
|---|---|---|
| StoryMirror Best price | ₹5 | |
| Amazon | Price not available | |
| Flipkart | Price not available |
ମଣିଷ ଜୀବନରେ ଅନେକ ପର୍ଯ୍ୟାୟ ଆସେ ।ଏନ୍ତୁଡ଼ିଶାଳ ରୁ ଶ୍ମଶାନ ଯାଏଁ ମଣିଷ ଭାଷିଚାଳେ ସମୟ ସ୍ରୋତରେ ।କେତେବେଳେ ସେ ଅସହାୟ ହୋଇ ଯାଏ ପୁଣି କେତେବେଳେ ନିଜକୁ ବଳବାନର ଆଖ୍ୟା ଦେଇଦିଏ ।ଶିଶୁରୁ ଯୌବନ ଆଉ ଯୌବନରୁ ବୃଦ୍ଧ ପ୍ରତିଟି ପର୍ଯ୍ୟାୟରେ ବଦଳି ଯାଏ ତାର ମାନସିକ ଚେତନା ଓ କାର୍ଯ୍ୟକଳାପ ।ଆଉ ସେଇ ସବୁ ଭିତରୁ ଯୌବନ ହେଉଛି ରସ ଉପଲବ୍ଧିର ପ୍ରକୃତ ସମୟ ।
ଏଇ ଯୌବନ ସମୟରେ ମଣିଷ ମନରେ ସୃଷ୍ଟି ହୁଏ ଭାବାନ୍ତର , ମନ ଭିତରେ ହୁଏ ପ୍ରେମର ନିର୍ଯ୍ୟାସ ,ସୃଷ୍ଟି ହୁଏ ଅସଂଖ୍ୟ ପ୍ରଶ୍ନ ଆଉ ମନ ଖୋଜେ ଆଉ ଜଣେ ସାଥୀର ହାତ ।ବୁଡି ଯିବାକୁ ଇଚ୍ଛା ହୁଏ ଭାବନା ରାଇଜରେ । ସେଇ ସବୁ ଭାବନାରେ ପରିପୃଷ୍ଟ ଏହି କ୍ଷୁଦ୍ର କବିତା ସଂକଳନ " ଆଦ୍ୟ ଯୌବନ " ।
ମୋର ଆଶା ଓ ବିଶ୍ୱାସ ଆପଣଙ୍କ ହୃଦୟକୁ ଛୁଇଁବାରେ ଏହା ସକ୍ଷମ ହେବ । ଧନ୍ୟବାଦ ।