Quotes

Audio

Read

Books


Write

Sign In

We will fetch book names as per the search key...

ଓଡ଼ିଆ ଜନାଦୃତ ଉପନ୍ୟାସ କମ୍ବୋ (Odia Popular Novel Combo )

★★★★★
Author | StoryMirror Authors Publisher | StoryMirror Infotech Pvt. Ltd. ISBN | Combo Pages | 300
COMBO
₹420


କବିତାରେ ଗାଁ ମାଟି, ଜହ୍ନ ରାତି ଏବଂ ଜୀବନ ଓ ଜୀବିକାର କଥା କହୁଥିବା ଶୁଭ ନାରାୟଣ ସ୍ଵାଇଁ ଉପନ୍ୟାସରେ କୁହନ୍ତି ନିଜେ ଭେଟିଥିବା କିଛି ଘଟଣା ବହୁଳ ଜୀବନର କଥା । ତାଙ୍କ ଉପନ୍ୟାସରେ ଯେତିକି ପଢି ହୁଏ ଗୋଟିଏ ନାରୀ ମନର ଅବ୍ୟକ୍ତ ଦୁଃଖ ଓ ଯନ୍ତ୍ରଣାକୁ, ଠିକ୍ ସେତିକି ପଢିହୁଏ କୁଆଁରୀ କଥାକୁ । ତାଙ୍କ ଉପନ୍ୟାସରେ ଯେତିକି ପଢିହୁଏ ବିସ୍ଥାପିତ ମଣିଷର ଆଖିର ଲୁହକୁ, ଠିକ୍ ସେତିକି ପଢିହୁଏ ବିସ୍ଥାପିତ ପାଲଟି ପାରିନଥିବା ଅଥଚ ବିସ୍ଥାପିତ ପାଲଟିବାକୁ ଚାହୁଁଥିବା ମଣିଷର ଛାତି ତଳର କୋହକୁ । ତାଙ୍କ କାହାଣୀ ଗପ ପରି ନୁହେଁ ସତ ପରି ମନେ ହୁଏ । ଏ ସମ୍ପର୍କରେ ତାଙ୍କୁ ପଚାରିଲେ, ସେ କୁହନ୍ତି ସତ ପରି ଲାଗୁଥିବା ସବୁକଥା ସତ ନୁହେଁ କି ମିଛ ପରି ଲାଗୁଥିବା ସବୁ କଥା ମିଛ ନୁହଁ । ତାଆ ମାନେ ତାଆ ଭିତରେ କିଛି ଗୋଟିଏ ସସପେନସ୍ ଅଛି ନିଶ୍ଚୟ । କାତିକେଲା କାହାଣୀଟି ବି ଠିକ୍ ସେହିପରି । ଅଚାନକ୍ ଆରମ୍ଭ ହୋଇଛି କାହାଣୀଟି । ଆରମ୍ଭରେ ରୋମାନ୍ସ, ତାଆ ପରେ ସସପେନସ୍, ତାଆ ପରେ କାତିକେଲା ଗାଁ, ଆସ୍ ପଣ୍ଡ ବ୍ଳାଷ୍ଟ ଏବଂ ଅନ୍ଧାର ରାତିରେ ଭୟ । ଏବଂ ତାଆ ପରେ... ପଢିଲେ ଜାଣିବେ । ଆଶା କରୁଛି, ଅନେକ ମାଇଲ୍ ଖୁଣ୍ଟ ଅତିକ୍ରମି ସାରିଥିବା କବି ଓ ଔପନ୍ୟାସିକ ଶୁଭ ନାରାୟଣ ସ୍ଵାଇଁଙ୍କ ଏ ଉପନ୍ୟାସଟି ପାଠକମାନଙ୍କ ହୃଦୟକୁ କିଣିନେବ ତଥା ପାଠକୀୟ ଆଦରଲାଭ କରିବ ।


ଚକ୍ରବ୍ୟୂହ ଉପନ୍ୟାସରେ ଗୋଟିଏ ଝିଅର ସଂଙ୍ଘର୍ଷ, ବିଫଳତା, ଲକ୍ଷ୍ୟ ଏବଂ ସଫଳତାର କାହାଣୀ ଚିତ୍ରିତ ହୋଇଛି ।


ବରେଣ ସାହିତ୍ୟ ସାଧକ ଶ୍ରୀଯୁକ୍ତ ବିଭୂତି ପଟ୍ଟନାୟକଙ୍କ ଭାଷାରେ ଲେଖକ ଶ୍ରୀ ଜେନା ଅନ୍ୟ ଏକ ସଚ୍ଚିନ୍ ଉପନ୍ୟାସରେ କ୍ରିକେଟ୍ ଖେଳକୁ ଅବଲମ୍ବନ କରି ଏକ ସୁଖପାଠ୍ୟ ଉପନ୍ୟାସ ଲେଖିଛନ୍ତି l କାହାଣୀ ବିନ୍ୟାସର ଚମତ୍କାରିତା ଯୋଗୁଁ ପାଠକ ଏ ଉପନ୍ୟାସ ପଢିଲା ବେଳେ ମଝିରେ ମଝିରେ ଝୁଣ୍ଟିବାର ସମ୍ଭାବନା କମ୍ l ଭାଷା ସରଳ, ଶୈଳୀ ସାବଲୀଳ l ଓଡିଶା ଭାଷା ସାହିତ୍ୟ ଆକାଶରେ ଶ୍ରୀ ପ୍ରମୋଦ କୁମାର ଜେନା ଏକ ସମ୍ଭାବନାମୟ ଜ୍ୟୋତିଷ୍କ l ମୌଳିକ ରଚନା ତଥା ସାବଲୀଳତା ତାଙ୍କ ରଚନାର ବୈଶିଷ୍ଟ୍ୟ l ସାହିତ୍ୟ ସାଧନା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ଜେନାଙ୍କର ଅଦ୍ୟାବଧି ଦୁଇଟି ଉପନ୍ୟାସ, ଗୋଟିଏ ଅଣୁ କବିତା ସଙ୍କଳନ ଓ ଗୋଟିଏ ଗଳ୍ପ ସଙ୍କଳନ ପ୍ରକାଶ ପାଇ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିସାରିଲାଣି l ଏତଦବ୍ୟତୀତ ଷ୍ଟୋରୀମିରରେ ତାଙ୍କର ଇ-ବୁକ୍ ସିଂହାସନ ବତିଶି ପ୍ରକାଶ ପାଇ ପାଠକମାନଙ୍କର ଚିତ୍ତ ଆକର୍ଷଣ କରିବାରେ ସଫଳ ହୋଇପାରିଛି l ଓଡିଶାର ସ୍ୱନାମଧନ୍ୟ ପତ୍ର ପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ଲେଖା ସବୁ ପ୍ରକାଶ ପାଇଁ ଯଥେଷ୍ଟ ପାଠକୀୟ ଶ୍ରଦ୍ଧା ହାସଲ କରିଛି .




Be the first to add review and rating.


 Added to cart