Quotes

Audio

Read

Books


Write

Sign In

We will fetch book names as per the search key...

ଓଡ଼ିଆ ଉଚ୍ଚ ପ୍ରଶଂସିତ ଉପନ୍ୟାସ କମ୍ବୋ ( Odia Best Novel Combo )

★★★★★
Author | StoryMirror Authors Publisher | StoryMirror Infotech Pvt. Ltd. ISBN | Combo Pages | 600
COMBO
₹420







କବିତାରେ ଗାଁ ମାଟି, ଜହ୍ନ ରାତି ଏବଂ ଜୀବନ ଓ ଜୀବିକାର କଥା କହୁଥିବା ଶୁଭ ନାରାୟଣ ସ୍ଵାଇଁ ଉପନ୍ୟାସରେ କୁହନ୍ତି ନିଜେ ଭେଟିଥିବା କିଛି ଘଟଣା ବହୁଳ ଜୀବନର କଥା । ତାଙ୍କ ଉପନ୍ୟାସରେ ଯେତିକି ପଢି ହୁଏ ଗୋଟିଏ ନାରୀ ମନର ଅବ୍ୟକ୍ତ ଦୁଃଖ ଓ ଯନ୍ତ୍ରଣାକୁ, ଠିକ୍ ସେତିକି ପଢିହୁଏ କୁଆଁରୀ କଥାକୁ । ତାଙ୍କ ଉପନ୍ୟାସରେ ଯେତିକି ପଢିହୁଏ ବିସ୍ଥାପିତ ମଣିଷର ଆଖିର ଲୁହକୁ, ଠିକ୍ ସେତିକି ପଢିହୁଏ ବିସ୍ଥାପିତ ପାଲଟି ପାରିନଥିବା ଅଥଚ ବିସ୍ଥାପିତ ପାଲଟିବାକୁ ଚାହୁଁଥିବା ମଣିଷର ଛାତି ତଳର କୋହକୁ । ତାଙ୍କ କାହାଣୀ ଗପ ପରି ନୁହେଁ ସତ ପରି ମନେ ହୁଏ । ଏ ସମ୍ପର୍କରେ ତାଙ୍କୁ ପଚାରିଲେ, ସେ କୁହନ୍ତି ସତ ପରି ଲାଗୁଥିବା ସବୁକଥା ସତ ନୁହେଁ କି ମିଛ ପରି ଲାଗୁଥିବା ସବୁ କଥା ମିଛ ନୁହଁ । ତାଆ ମାନେ ତାଆ ଭିତରେ କିଛି ଗୋଟିଏ ସସପେନସ୍ ଅଛି ନିଶ୍ଚୟ । କାତିକେଲା କାହାଣୀଟି ବି ଠିକ୍ ସେହିପରି । ଅଚାନକ୍ ଆରମ୍ଭ ହୋଇଛି କାହାଣୀଟି । ଆରମ୍ଭରେ ରୋମାନ୍ସ, ତାଆ ପରେ ସସପେନସ୍, ତାଆ ପରେ କାତିକେଲା ଗାଁ, ଆସ୍ ପଣ୍ଡ ବ୍ଳାଷ୍ଟ ଏବଂ ଅନ୍ଧାର ରାତିରେ ଭୟ । ଏବଂ ତାଆ ପରେ... ପଢିଲେ ଜାଣିବେ । ଆଶା କରୁଛି, ଅନେକ ମାଇଲ୍ ଖୁଣ୍ଟ ଅତିକ୍ରମି ସାରିଥିବା କବି ଓ ଔପନ୍ୟାସିକ ଶୁଭ ନାରାୟଣ ସ୍ଵାଇଁଙ୍କ ଏ ଉପନ୍ୟାସଟି ପାଠକମାନଙ୍କ ହୃଦୟକୁ କିଣିନେବ ତଥା ପାଠକୀୟ ଆଦରଲାଭ କରିବ ।


“ଅନ୍ୟ ଏକ ସଚ୍ଚିନ୍”ର ଅପାର ସଫଳତା ପରେ ବନ୍ଧୁମିଳନ ଷ୍ଟୋରିମିରର୍ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଦ୍ଵିତୀୟ ଉପନ୍ୟାସ । ଏହି ଉପନ୍ୟାସ ହେଉଛି ବନ୍ଧୁମାନଙ୍କର, ସେମାନଙ୍କର ଜୀବନ ସଙ୍ଘର୍ଷ, ସେମାନଙ୍କର ସହଯୋଗ ଏବଂ ଶେଷରେ ଖୁସି । ବର୍ତ୍ତମାନ ପ୍ରଚଳିତ ବନ୍ଧୁମିଳନ ଧାରାକୁ ନେଇ ସୁନ୍ଦର ଉପନ୍ୟାସଟିଏ ।


ବିଭୂତି ବିମୁଗ୍ଧ ଉପନ୍ୟାସ ପାଠକମାନଙ୍କ ଚାହିଦାକୁ ଆଖି ଆଗରେ ରଖି ଷ୍ଟୋରୀମିରର୍ ଇନଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ତାଙ୍କର ନିର୍ବାଚିତ ପଚିଶ ଖଣ୍ଡ ଉପନ୍ୟାସକୁ ଦଶ ଭାଗରେ ପ୍ରକାଶ କରିବା ପାଇଁ ଲେଖକଙ୍କ ସହ ଚୁକ୍ତିବଦ୍ଧ ହୋଇଛୁ l ଏହି ନିର୍ବାଚିତ ଉପନ୍ୟାସ ସଂଗ୍ରହର ମୁଦ୍ରିତ ଏବଂ ଇ-ବୁକ୍ ସଂସ୍କରଣ ଆଗ୍ରହୀ ପାଠକମାନଙ୍କ ପାଇଁ ଉପଲବ୍ଧ ହେବ l ବିଭୂତି ପଟ୍ଟନାୟକଙ୍କ ନିର୍ବାଚିତ ଉପନ୍ୟାସ ସଂଗ୍ରହର ପ୍ରଥମ ଭାଗରେ ସ୍ଥାନିତ ହୋଇଛି ପାଠକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ଉପନ୍ୟାସ ତ୍ରୟୀ – “ସମୟର ଶୋକ”, “ନଷ୍ଟ ଚରିତ୍ର”, ଏବଂ “ଅଶ୍ରୁମୁଖୀ”l ପରବର୍ତ୍ତୀ ଭାଗଗୁଡିକ ସ୍ୱଳ୍ପ ବ୍ୟବଧାନରେ ତିନି ଚାରି ବର୍ଷ ମଧ୍ୟରେ ପ୍ରକାଶ କରିପାରିବୁ ବୋଲି ଆଶା କରୁଛୁ l ଗତ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଡକ୍ଟର ବିଭୂତି ପଟ୍ଟନାୟକ “ଚପଳଛନ୍ଦା”, “ବଧୂ ନିରୂପମା”, “ମାୟା ମୃଗୟା”, “ଅଶ୍ୱମେଧର ଘୋଡା” ଓ “ଆକାଶକୁସୁମ” ଭଳି ଅର୍ଦ୍ଧଶତାଧିକ ଉପନ୍ୟାସ, “ଯେ ଦରଜା ଖୋଲିଲା ସେ ଗାୟତ୍ରୀ”, “ମହିଷାସୁରର ମୁହଁ” ପରି ପନ୍ଦରଟି କ୍ଷୁଦ୍ରଗଳ୍ପ ସଂକଳନ, “ଓଡିଆ ଉପନ୍ୟାସର ସମାଜତାତ୍ତ୍ୱିକ ରୂପରେଖ”, “ବିଶ୍ୱ ସାହିତ୍ୟର ବିଶ୍ୱକର୍ମା”, ଏବଂ “ଭାରତ ବିଭାଜନ” ପ୍ରଭୃତି ଦଶରୁ ଉର୍ଦ୍ଧ୍ୱ ସମାଲୋଚନା, ଇତିହାସ ଓ ଜୀବନ କାହାଣୀ ରଚନା କରି ଆଧୁନିକ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି l “ଓଡିଆ ସାହିତ୍ୟ ଏକାଡେମୀ”, “କେନ୍ଦ୍ର ସାହିତ୍ୟ ଏକାଡେମୀ”, “ବିଷୁବ”, “ସାରଳା”, “ସାହିତ୍ୟ ଭାରତୀ” ଏବଂ ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ “ଅତିବଡୀ ଜଗନ୍ନାଥ ଦାସ” ପୁରସ୍କାରରେ ସମ୍ବର୍ଦ୍ଧିତ l














Be the first to add review and rating.


 Added to cart